ପଦ୍ମପୁର: ଆସନ୍ତା ୪ ରୁ ୨୩ ତାରିଖ ପର୍ଯ୍ୟନ୍ତ ସହରରେ ସକାଳ ୮ଟାରୁ ଦିନ ୧୧ଟା ଏବଂ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ
ବରଗଡ଼ ଜିଲ୍ଲା ପଦ୍ମପୁର ସହର ଅନ୍ତର୍ଗତ ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଆଜି ପଦ୍ମପୁର ବିଦ୍ୟୁତ ବିଭାଗ ତରଫରୁ ୫ଟା ୪୦ ମିନିଟ ସମୟ ପାଖା ପାଖି ରେ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ଆସନ୍ତା 4 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ 33/11 କେଭି ସବଷ୍ଟେସନ ର ସମ୍ପୂର୍ଣ୍ଣ ନବୀକରଣ କାର୍ଯ୍ୟ ଥିବା ନିମନ୍ତେ ପ୍ରତେକ ଦିନ ସକାଳ 8ଟାରୁ ଦିନ 11ଟା ଏବଂ ଅପରାହ୍ନ 2ଟାରୁ 4ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ, ଏନେଇ ପଦ୍ମପୁର ବିଦ୍ୟୁତ ବିଭାଗ ସୂଚନା ଦେଇଛି।