ନଭେମ୍ବର ୨୯ ତାରିଖ ସମୟ ପ୍ରାୟ ସନ୍ଧ୍ୟା ୫ ଟା ପାଖାପାଖି, ଝିରପାଣି ଥାନାର ସୂଚନା ଅନୁଯାୟୀ, ଦୁଇ ଦିନ ଘରୁ ନିଖୋଜ ଥିବା ବ୍ୟକ୍ତିଙ୍କ ଦେହ ଆଜି ପୋଖରୀରୁ ମୃତ ଅବସ୍ଥାରେ ମିଳିଛି । ଏଭଳି ଘଟଣା ଘଟିଛି ରାଉରକେଲା ସହରର ଝିରପାଣି ଥାନା ଅଞ୍ଚଳରୁ । ସୂଚନା ମୁତାବକ ଝିରପାଣି ଥାନା ଅନ୍ତର୍ଗତ ଖାଡ଼ିଆ ବସ୍ତି ଅଞ୍ଚଳର ଏତୁଆ ମିଞ୍ଜ ଗତ ଗୁରୁବାର ଦିନ ଘରୁ ନିଖୋଜ ହୋଇ ଯାଇଥିଲେ ଆଜି ଏକ ପୋଖରୀରୁ ଏତୁଆଙ୍କ ମୃତ ଦେହ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି ।ତେବେ ଏତୁଆଙ୍କ ମୃତ ଦେହ ମିଳିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି....