ଜୟପୁର ରେ ବାହୁଡା ଯାତ୍ରା ଅନୁଷ୍ଟିତ ହୋଇଛି । ଶ୍ରୀ ଜିଉଙ୍କ ବାହୁଡା ଯାତ୍ରା ଅବସରରେ ଜୟପୁରର ମାଉସୀ ମା’ ଘର କୁହାଯାଉଥିବା ଶ୍ରୀଚୈତନ୍ୟ ମନ୍ଦିରରୁ ପୁଣି ରଥାରୁଢ଼ ରହିଥିବା ତିନି ଠାକୁର ରାଜା ନଗର ଯାଏଁ ରଥ ଟଣା ଯାଇଥିଲା । ସଂନ୍ଧ୍ୟା ୫ଟା ବେଳେ ରଥ ଟଣା ଆରମ୍ଭ ହୋଇଥିବା ବେଳେ ୭ଟା ୩୦ ମିନଟ ସମୟରେ ରଥ ପହଞ୍ଚି ଥିଲା । ପତିତପାବନ ରଥ କୁ ମହିଳା ମାନେ ଟାଣିଥିଲେ । ରଜାନହର ଠାରୁ ତିନି ଠାକୁର ରଥାରୁଢ଼ ରହି ଭକ୍ତାଳୁଙ୍କୁ ସାଂଧ୍ୟ ଦର୍ଶନ ଦେଇଥିଲେ । ରଥ ଉପରେ ପଟା ପଡିବା ପରେ ଭକ୍ତ ମାନେ ଲମ୍ବା ଲାଇନରେ ରଥ ଉପରକୁ ଚଢିଥିଲେ ।