ଆଜି ବଟାନି ବିଭାଗ, A.P.S. College, ରୋଥ, ବଲାଙ୍ଗିର ଦ୍ୱାରା ଏହାର 14ତମ ବିଭାଗୀୟ ସମୀକ୍ଷା ସେମିନାର 8 ଡିସେମ୍ବର 2025ରେ ଆୟୋଜିତ ହେଲା। ଏହି ସେମିନାର ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି, ଉଦ୍ଭିଦ ବିଜ୍ଞାନର ନୂତନ ଧାରଣା, ଓ ଗବେଷଣାମୁଖୀ ଶିକ୍ଷାର ଗୁରୁତ୍ୱକୁ ଉଦ୍ଘାଟିତ କରାଗଲା। ବିଭାଗୀୟ ଅଧ୍ୟାପକମାନେ ଗୁରୁତ୍ୱପୂର୍ଣ୍ଣ ମତାମତ ରଖିଥିଲେ ଏବଂ ଛାତ୍ରମାନେ ପେପର୍ ପ୍ରସ୍ତୁତିରେ ସକ୍ରିୟ ଭାବରେ ଅଂଶଗ୍ରହଣ କଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ଚେଷ୍ଟାକୁ ସ୍ବୀକୃତି ଦେଇ, ଆଗାମୀଦିନରେ ଏପରି ଶିକ୍ଷାମୂଖୀ କାର୍ଯ୍ୟକଳାପ ଜାରି ରଖାର ସଂକଳ୍ପ ନିଆଗଲା।