ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଲନ୍ଦା ସାରଗାଁ ପଞ୍ଚାୟତର ବଡ଼ଗୋବରା ସ୍ଥିତ କୋଷ୍ଟ କେନାଲ ଉପରେ ବହୁ ପ୍ରତୀକ୍ଷିତ ପାଦଚଲା ସେତୁର ଲୋକାର୍ପଣ ଓଏଥି ସହିତ ଟିଆଖିଆ ଆଦିବାସୀ ସାହି ରାସ୍ତା ଉନ୍ନତିକରଣ ନେଇ ଶିଳାନ୍ୟାସ କଲେ ସଦର ବିଧାୟକ ମାନସ କୁମାର ଦତ୍ତ।ଏହି ଅବସରରେ ବିଧାୟକଙ୍କ ସମେତ ସ୍ଥାନୀୟ ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟା ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ।ଉକ୍ତ କାର୍ଯ୍ୟକ୍ରମ କୁ ରବିବାର ଦିନ ୨ଘଟିକା ରେ ସମାପନ କରାଯାଇଥିଲା।