ବେଗୁନିଆପଡା ଥାନା ଅନ୍ତର୍ଗତ ତାଳସର କେନାଲ ରୋଡ଼ ସାଇଡରେ ଚୋରା ମଦ ବିକ୍ରି କରୁଥିବା ସମୟରେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ଏହି ଗ୍ରାମର ଦଣ୍ଡିଆ ଭୂୟାଁ ଙ୍କ ପୁଅ ସିମାଞ୍ଚଳ ଭୂୟାଁ ଚୋରା ମଦ ବିକ୍ରି କରୁଥିବା ସମୟରେ ପୋଲିସ ଚଢ଼ାଉ କରିଥିଲା। ତାଙ୍କ ନିକଟରୁ 41 ଲିଟର 800 ମିଲି ଲିଟର ଚୋରା ମଦ ଜବତ କରିଥିଲା । ସିମାଞ୍ଚଳ ଙ୍କୁ ଗିରଫ କରିଵା ସହ 680/2025 ମାମଲା ରୁଜୁ କରିଥିବା ଶୁକ୍ରବାର ସନ୍ଧ୍ୟା 6.30 ମିନିଟ ସମୟରେ ପୋଲିସ ସୂଚନା ଦେଇଛି।