ବାମରା ଠାରେ ଗତ ୧୪ ତାରିଖ ରୁ ପ୍ରସିଦ୍ଧ ମକର ମହୋତ୍ସବ ଆୟୋଜିତ ହୋଇ ଆସୁଥିବା ବେଳେ ମଙ୍ଗଳବାର ଏହାର ସପ୍ତମ ଦିନରେ ପ୍ରବଳ ଜନ ଗହଳି ଦେଖିବା କୁ ମିଳିଛି। ସୂଚନା ଅନୁସାରେ ଚଳିତ ବର୍ଷ ବାମରା ର ଐତିହାସିକ ତଥା ପ୍ରସିଦ୍ଧ ମକର ମହୋତ୍ସବ ଶହେ ଦଶ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହି ଅବସର ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଆୟୋଜିତ ହୋଇଥିଲା। ମଙ୍ଗଳବାର ଦିନତମାମ ଦୂର ଦୁରାନ୍ତର ରୁ ହଜାର ହଜାର ସଂଖ୍ୟା ରେ ଲୋକ ଆସି ମୀନା ବଜାର ର ମଜା ନେଇଥିଲେ।