ଜବରଦଖଲ ଗୋଚର ଜମି ଉଛେଦ ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ସହରୀପାଲି ଗ୍ରାମବାସୀ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମୁଣ୍ଡଘାଟ ପଂଚାୟତ ଅନ୍ତର୍ଗତ ସହରିପାଲି ଗାଁ ରେ ଅନେକ ଲୋକ ଗୋଚର ଜମିକୁ ଜବର ଦଖଲ କରି ଚାଷ କରୁଥିବା ବେଳେ ପ୍ରଶାସନ ଚୁପ୍ ରହିଛି।ଏନେଇ ଅନେକ ଥର ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ ନ କରିବାରୁ ଆଜି ଗ୍ରାମର ମହିଳା ମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।