ପଂଚାୟତରାଜ ବ୍ୟବସ୍ଥାରେ ଗ୍ରାମ ପଂଚାୟତକୁ ଅଧିକ ସଶକ୍ତ ଓ ସମସ୍ତ ସୁବିଧା କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ସୁସ୍ଥ ଗ୍ରାମ ପଂଚାୟତ ଗଠନ ପାଇଁ ପଂଚାୟତ ସ୍ତରରେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ରେ କିପରି ଉର୍ନ୍ନତି ହୋଇପାରିବ ସେଥିପାଇଁ ଏକ ପ୍ରଶିକ୍ଷଣ ଶିବିର ବେଗୁନିଆପଡା ବ୍ଲକ ମର୍ଦରାଜ ସମ୍ଳୀଳନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡବ୍ଲୁ ଇ ଓ ସ୍ଵାଗତିକା ରାଉତ, ଭାରପ୍ରାପ୍ତ ଜି ପି ଡି ଓ ଦୁର୍ଗା ପ୍ରସାଦ ପଣ୍ଡା, ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା ଯୋଗଦେଇ ପାନୀୟ ଜଳର ସୁବିନିଯୋଗ ଉପରେ ପ୍ରଶିକ୍ଷଣ ଦେଇଥିଲେ ।