କବିସୂର୍ଯ୍ୟନଗର: ମୁଣ୍ଡୁଳାରେ ପାରିବାରିକ କଳହକୁ ନେଇ ଆକ୍ରମଣ ଜଣେ ଗୁରୁତର, ଜଣେ ଗିରଫ
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଚନ୍ଦନପୁର ପଂଚାୟତ ର ମୁଣ୍ଡୁଳା ଗ୍ରାମରେ ପାରିବାରିକ କଳହରୁ ଆକ୍ରମଣ ହୋଇଥିବା ନେଇ ବେଗୁନିଆପଡା ଥାନାରେ ଅଭିଯୋଗ ହୋଇଛି । ଏତଲା ପ୍ରକାରେ ଏହି ଗ୍ରାମର ଶିବରାମ ସାହୁ ଓ ପଙ୍କଜ ବିଶ୍ୱାଳଙ୍କ ପରିବାର ମଧ୍ୟରେ ଶୁକ୍ରବାର ରାତିରେ କଳହ ହୋଇଥିଲା । ଲକ୍ଷ୍ମୀ ବିଶ୍ୱାଳ ଓ ସରୋଜ ବେହେରା ଶିବରାମ ସହିତ କଳହ କରିବା ସହ ଶିବରାମଙ୍କୁ ଜୋରରେ ଜାବୁଡି ଧରିଥିଲେ। ଏହି ସୁଯୋଗରେ ଗୌରାଙ୍ଗ ବିଶ୍ୱାଳ ଓ ଯାକେଶ ବିଶ୍ୱାଳ ମାରଣାସ୍ତ୍ର ରେ ଶିବରାମକୁ ଆକ୍ରମଣ କରିଥିଲେ । ଶିବରାମ ଚେତାଶୂନ୍ୟ ହୋଇ ପଡିଯାଇଥିଲେ ।