ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବସଷ୍ଟାଣ୍ଡ ଠାରେ ବାସନ୍ତୀ ଦୁର୍ଗାପୂଜା ଉତ୍ସବ ଉଦଯାପିତ
ଭଣ୍ଡାରିପୋଖରୀ ବସ୍ ଷ୍ଟାଣ୍ଡ ଠାରେ ପାଞ୍ଚ ଦିନ ଧରି ଚାଲିଥିବା ବାର୍ଷିକ ବାସନ୍ତୀ ଦୂର୍ଗା ପୂଜା ଉତ୍ସବ ଗୁରୁବାର ସନ୍ଧ୍ୟାରେ ଭାଵ ଉଦ୍ଦୀପନାର ସହିତ ଉଦଯାପିତ ହୋଇଯାଇଛି।ଏଥିରେ ସଂକଳ୍ପ କର୍ତ୍ତା ଭାବେ ବିଷ୍ଣୁ ଚରଣ ଦାସ ଓ ମମତା ଦାସ ଘଟ ସ୍ଥାପନ କରିଥିଲେ।ପୂଜକ ନାରାୟଣ ଚନ୍ଦ୍ର ପଣ୍ଡାଙ୍କ ତତ୍ବାବଧାନରେ ବୈଦିକ ରୀତି ନୀତି ଅନୁଯାୟୀ ମା'ଙ୍କ ପୂଜାର୍ଚ୍ଚନା ହୋଇଥିଲା। ପ୍ରଥମେ ବେଲ୍ଵ ଵରଣୀ ସହିତ ଦୁର୍ଗା ଙ୍କ ସପ୍ତମୀ ପୂଜା,ସନ୍ଧି ପୂଜା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ ବୋହୁ ଶ୍ରଦ୍ଧାଳୁ ଦୈନନ୍ଦିନ ଯୋଗ ଦେଇଥିଲେ।