ବଲାଙ୍ଗୀର: ମଦନଗୁଡ଼ିଆ ଛକ ଠାରୁ ରେଲୱେ ଷ୍ଟେସନ କୁ ସଂଯୋଗ କରୁଥିବା ରାସ୍ତାରେ ଏକ ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର
ଆଜି ମଧ୍ୟାହ୍ନ ୨ ଟା ସମୟରେ ବଲାଙ୍ଗିର ସହର ମଦନଗୁଡ଼ିଆ ଛକ ଠାରୁ ରେଲୱେ ଷ୍ଟେସନ କୁ ସଂଯୋଗ କରୁଥିବା ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଏକ୍ସ ଏଲ୍ ସୁପର ଗାଡ଼ି ଓ ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ଦୁଇଜଣ ବାଇକ ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ କୁ ଅଣାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି ।