ଆଠମଲ୍ଲିକ: ଧଉରାପାଲି ରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ
ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଧଉରାପାଲି ପଞ୍ଚାୟତର ଆମ୍ବ ବଗିଚା ଠାରେ ମଙ୍ଗଳବାର ମଧ୍ୟାହ୍ନରେ ବିଜେପି ପକ୍ଷରୁ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ବିଜେଡି ଛାଡି ବିଜେପି ରେ ଶତାଧିକ କର୍ମୀ ସାମିଲ୍ ହୋଇଥିବା ବେଳେ ବିଧାୟକ ପାର୍ଥି ସଂଜୀବ ସାହୁ ଓ ଆଠମଲ୍ଲିକ ବିଧାୟକ ରମେଶ ସାଏ ଦଳୀୟ ଉତ୍ତରୀୟ ଦେଇ ଦଳରେ ସାମିଲ କରାଇଥିଲେ । ବରିଷ୍ଠ ନେତା ହୃଦାନନ୍ଦ ପ୍ରଧାନ, ପ୍ରବୋଧ ବେହେରା, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜିତ୍ ପ୍ରଧାନ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ତିମିର ନାୟକ ଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।