ବଲାଙ୍ଗୀର: ବେହେରାପାଲିର ଜନୈକ ବ୍ୟକ୍ତିଙ୍କ ଘରୁ ଏକ ବିଷଧର ନାଗସାପ ଉଦ୍ଧାର
ବଲାଙ୍ଗିର ସହର ବେହେରାପାଲି ଟା ଜନୈକ ବ୍ୟକ୍ତିଙ୍କ ଘରୁ ଏକ ବିଷଧର ନାଗସାପ ଉଦ୍ଧାର ହୋଇଛି। ସାପ ଟି ଚାରି ଫୁଟ ଲମ୍ବର ହୋଇଥିବା ବେଳେ ଘରେ ଥିବା ଦେଖି ଭୟରେ ବାହାରକୁ ଚାଲି ଆସିଥିଲେ । ଏବଂ ସାପ ଉଦ୍ଧାରକାରୀ ଦେବରାଜ ବରିକଙ୍କୁ ଖବର ଦେଇଥିଲେ । ଖବର ପାଇ ଦେବରାଜ ଘଟଣା ସ୍ଥଳରେ ସାପକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ଏବଂ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ଆଜି ରାତି ୮ ଟା ସମୟରେ ସୂଚନା ମିଳିଛି।