ବାରିପଦା ସହର ରେ ଦୀର୍ଘ ଦିନରୁ ଅଚଳ ଥିବା ସୂତା କାରଖାନା କୁ ପୁନଃ କାର୍ଯ୍ୟକାରୀ କରିବାକୁ ଦାବୀ କରିଛନ୍ତି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି। ତେବେ ଏହି ସୂତା କାରଖାନା ରେ ୨୦ ହଜାରରୁ ଉର୍ଦ୍ଧ ଲୋକ ଜୀଵନ ଜୀବିକା ନିର୍ଭର କରୁଥିବା ବେଳେ ଏହାକୁ ପୁନଃ କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ଠାରେ ଭାରତ ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଙ୍କୁ ଏକ ଲିଖିତ ସ୍ମାରକ ପତ୍ର ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି ମଙ୍ଗଳବାର ସଂଧ୍ୟା ପ୍ରାୟ ୭ ଟାରେ ପ୍ରଦାନ କରିଥିବା ନେଇ ଜଣାପଡିଛି।