ଆଠମଲ୍ଲିକ: ଆଠମଲ୍ଲିକ ର କିଆକଟା ଠାରୁ ବିନିକେୟୀ ପର୍ଯ୍ୟନ୍ତ ବିଜେପିର ବିଶାଳ ରୋଡ ସୋ , ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବୁଧବାର ମଧ୍ୟାହ୍ନ 12ରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର କିଆକଟା ଠାରୁ ବିନିକେୟୀ ପ୍ରାୟ 70 କିଲୋମିଟର ଧରି ବିଜେପି ପକ୍ଷରୁ 4ଚକିଆ ଗାଡ଼ିରେ ବିଶାଳ ରୋଡ ସୋ କରାଯାଇଥିବା ଜଣାଯାଇଛି । କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ,ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଯୁବ ନେତା ଅର୍ଜ୍ଜୁନ ସାହୁ, ଜିଲ୍ଲା ସଭାପତି ଡ଼ିଲେଶ୍ୱର ପ୍ରଧାନ ପ୍ରମୁଖ ହଜାର ହଜାର ଜନସାଧାରଣ ଏହି ରୋଡ ସୋ ରେ ସାମିଲ୍ ହୋଇ ଆଗାମୀ ନିର୍ବାଚନ ନିମନ୍ତେ ଶକ୍ତି ପ୍ରଦର୍ଶନ କରିଥିଲେ ।