ପୁରୀ ମ୍ୟୁନିସିପାଲଟି: ତୁଳସୀଚଉରା ଛକ ନିକଟ ବାଇପାସ ରାସ୍ତାରେ ସର୍ଟସର୍କିଟ ଯୋଗୁଁ ଜଳିଗଲା ଟାଟା କାରଗୋ ଡାଲା ଗାଡି, ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଆୟତ୍ତ
Puri M, Puri | May 31, 2025 ତୁଳସୀଚଉରା ଛକ ନିକଟ ବାଇପାସ ରାସ୍ତାରେ ସର୍ଟସର୍କିଟ ଯୋଗୁଁ ଜଳିଗଲା ଟାଟା କାରଗୋ ଡାଲା ଗାଡି, ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଆୟତ୍ତ l ତୁଳସୀଚଉରା ଛକ ନିକଟ ବାଇପାସ ରାସ୍ତାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହଠାତ ଏକ ଓଡି 07ଏଡି 2978 ନମ୍ବର ବିଶିଷ୍ଟ ଟାଟା କାରଗୋ ଡାଲା ଗାଡିର ସମ୍ମୁଖ ଭାଗ ଜଳିଉଠିଥିଲା l ଖାଲି ଗାଡିଟି ଭୁବନେଶ୍ୱର ପଟୁ ପୁରୀ ଆସୁଥିଲା l ଗାଡିର ମୋବାଇଲ ଚାର୍ଜଙ୍ଗି ପଏଣ୍ଟରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିଲା l ହଠାତ ଡ୍ରାଇଭର ଗାଡିକୁ ଅଟକାଇ ପାଣି ପକାଇଥିଲେ ମଧ୍ୟ ନିଆଁ ଲିଭିନଥିଲା l