କେନ୍ଦୁଝର ସହର: ନନ୍ଦିପଦା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୨ ବଖରା ଘର, ନିଆଁକୁ ଆୟତ୍ତ କଲା ହାଟଡ଼ିହୀ ଅଗ୍ନିଶମ ବାହିନୀ
କେନ୍ଦୁଝର ଜିଲ୍ଲା ନନ୍ଦିପଦା ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ରତିକାନ୍ତ ବେହେରାଙ୍କ ଘରେ ରୋଷେଇ କରୁଥିବା ସମୟରେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ଜଳିଯାଇଛି । ରତିକାନ୍ତଙ୍କ ଘରେ ନିଆଁ ଲାଗିବା ଦେଖି ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ ୨ବଖରା ଘର ଜଳିଯାଇଥିବା ବେଳେ ବିଭିନ୍ନ ଘରୋଇ ସରଞ୍ଜାମ ନିଆଁରେ ପୋଡ଼ି ନଷ୍ଟ ହୋଇଥିବା ଜଣାପଡିଛି।