ଝାରସୁଗୁଡା ଜ଼ିଲ୍ଲା ଲଖନପୁର ବ୍ଲକ ସୁଲଦିଆରେ ସୌର ସେଚନ ପ୍ରକଳ୍ପ ଉଦଘାଟିତ ହୋଇଛି l ଟିଆରଏଲ କ୍ରୋସାକି ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପକୁ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ଵାଣ ଉଦଘାଟନ କରିଛନ୍ତି l ଆଜି ପୂର୍ବାହ୍ନ ୧୦ ଟା ୩୦ ରୁ ଅପରାହ୍ନ ୨ ଟା ଯାଏଁ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଲଖନପୁର ସରପଞ୍ଚ ଆରତି ପ୍ରଧାନ, ଟିଆରଏଲ କ୍ରୋସାକିର ବରିଷ୍ଠ ଅଧିକାରୀ ସୁସାନ୍ତ ଦାସ ଉପାଧକ୍ଷ ଏଚଆର ଆଣ୍ଡ ଆଇଆର, ଆଡମିଷ୍ଟ୍ରସନ ଏବଂ ମାଇଂନିଙ୍ଗ ଚିଫ୍ ସିକ୍ୟୁରିଟି ଅଫିସର ସୁରେଶ ନାୟକ, ପିଆର ଏବଂ ସିଏସଆର ଜେନେରାଲ୍ ମ୍ୟାନେଜର ଡାଃ ସନ୍ତୋଷ ମିଶ୍ର, ପିଆର ସି