ଓଡିଶା ସେଲ୍ସ ଏକଜ୍ୟୁକେଟିଭ ଏସୋସିଏସନର ସମ୍ବଲପୁର ଶାଖାର ୨୯ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ନାରୀସେବା ସଦନ ଠାରେ ଆୟୋଜିତ ହୋଇଯାଇଛି l ଏହି ବାର୍ଷିକ ସମ୍ମିଳନୀରେ ଦେବଗଡ ଜିଲାର ଅତିରିକ୍ତ ଚିକିତ୍ସା ଅଧିକାରୀ ଡା. ଧିରେନ କୁମାର ଦାସ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ରୂପେ ଓସିଆ (କଟକ) ର ଉପଦେଷ୍ଟା ଜେ. ବି. ପଟ୍ଟନାୟକ ଏବଂ ସମ୍ମାନୀତ ଅତିଥି ରୂପେ ସମ୍ବଲପୁର ଜିଲା କେମିଷ୍ଟ ଓ ଡ୍ରଗିଷ୍ଟ ଏସୋସିଏସନର ସଭାପତି ଶିଲା ଶିବ ପ୍ରସାଦ ଓ ଓସିଆର ଉପ ସଭାପତି ନାରାୟଣ ସୁବୁଦ୍ଧି ଉପସ୍ଥିତ ରହିଥିଲେ । ଏହି ଅବସରରେ ଔଷଧ ବିକ୍ରୟ, ମାର୍କେଟିଂ, ୪ଟି ଶ୍ରମ କୋଡ ପ୍ରଣୟନ ଏବଂ ଏହାର ପ୍ରଭାବ ଆଦି