ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ନଅଗାଁ (କ) ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଶୋକର ଛାୟା। ମୃତକ ହେଲେ ଆଗଲପୁର ଥାନା ଅନ୍ତର୍ଗତ ନଅଗାଁ (କ) ଗ୍ରାମର ବଳରାମ ପଧାନ। ସୂଚନା ଅନୁସାରେ, ପ୍ରାୟ ୭ ବର୍ଷ ତଳେ ବଳରାମ କାମ ପାଇଁ କେରଳକୁ ଯାଇଥିବା ବେଳେ ସେଠାରେ ଏକ ବ୍ୟାଙ୍କ ଜମାଖାତା ଖୋଲିଥିଲେ। ଚଳିତ ଖରିଫ ଧାନ ବିକ୍ରିର ୮୦ ହଜାର ଟଙ୍କା ଡିବିଟି ଲିଙ୍କ ଥିବା କେରଳର ସେହି ଆକାଉଣ୍ଟରେ ଜମା ହୋଇଥିଲା। ଟଙ୍କା ଉଠାଇବାକୁ କିଛିଦିନ ତଳେ ସେ ଜଣେ ସହଯୋଗୀଙ୍କ ସହ କେରଳ ଯାଇଥିଲେ। ଗତ ୩୦ ତାରିଖ ଦିନ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗଡ଼ି ଯାଇ ଡାକ୍ତରଖାନାରେ ଭର୍ତ୍ତ