ବଲାଙ୍ଗୀର: ୱାଇସିଡିଏ ବଲାଙ୍ଗିର ତରଫରୁ ଆଟଗାଁ ପଂଚାୟତରେ ତିନି ଦିନିଆ ସମର କ୍ୟାମ୍ପ ଆୟୋଜିତ
ୱାଇସିଡିଏ ବଲାଙ୍ଗିର ତରଫରୁ ଆଟଗାଁ ପଂଚାୟତରେ ଆଜି ମଧ୍ୟାହ୍ନ ୧୨ ଟା ସମୟରେ ତିନି ଦିନିଆ ସମର କ୍ୟାମ୍ପ ଆୟୋଜିତ କରାଯାଇଥିଲା । ଯେଉଁଥିରେ ପୁଇଁନ୍ତଲା ବ୍ଲକର ଛତାପିପଲ, ଭାଲେର, ଦଶପୁର, ମହିମୁଣ୍ଡା ଏବଂ ଆଟଗାଁ ପଂଚାୟତ ରୁ ଶିଶୁମାନେ ଆସି ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଲାମାନେ ତାଙ୍କ ସୃଜନଶୀଳତା କୁ ପରିପ୍ରକାଶ କିପରି କରିପାରିବେ ଏବଂ ତାଙ୍କର ମନୋରଞ୍ଜନ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଥିଲା । ଦକ୍ଷତା ବୃଦ୍ଧି ଉପରେ ଅଧିବେଶନ, ଆର୍ଟ କ୍ରାଫ୍ଟ, କ୍ଲେ ମେକିଂ, ରୋଲ ପ୍ଲେ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମ ଦିନରେ ପିଲାମାନଙ୍କ ସୃଜନଶୀଳତା କୁ ଧ୍ୟାନ