ତୁଷୁରା ଥାନା ଅଧୀନ ଦେଉଲ ଗୁଡ଼ି ଗାଁର ନଟରାଜ ଥାନାପତି ହତ୍ୟାକାଣ୍ଡରେ ହୋଇଛି ଏକ ବଡ଼ ମହାଖୁଲାସା। ଏହି ହତ୍ୟାକାଣ୍ଡ ପଛରେ ଥିଲା ସ୍ୱୟଂ ପରିବାରର ଲୋକ। ସୁପରୀକିଲରକୁ ସୁପାରି ଦେଇ ସାନଭାଇକୁ ହତ୍ୟା କରାଇଥିଲା ବଡ଼ ଭାଇ ବୋଲି ପୋଲିସ୍ ତଦନ୍ତରୁ ଜଣାପଡ଼ିଛି। ଜମିଜାଗା ଓ ପାରିବାରିକ ବିବାଦ ଏହି ହତ୍ୟାର ମୂଳ କାରଣ ବୋଲି ସନ୍ଦେହ କରାଯାଉଛି। ଏହି ମାମଲାରେ ପୋଲିସ୍ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଦ୍ଘାଟନ କରିବା ସମ୍ଭାବନା ରହିଛି। ଆସନ୍ତା କିଛି ସମୟ ମଧ୍ୟରେ ତୁଷୁରା ପୋଲିସ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି ସୂଚନା ଆଜି ସକାଳ ୯ଟା ସମୟରେ ମିଳିଛି।