ଉଦଳା: ଉଦଳା ଠାରେ ଏକତା ପଦଯାତ୍ରା ଅନୁଷ୍ଠିତ; ମନ୍ତ୍ରୀଙ୍କ ଯୋଗଦାନ
ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ମଙ୍ଗଳବାର ସକାଳ ପ୍ରାୟ ୯ ଟାରେ ଉଦଳା ଠାରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ ଉଦଳା ବିଧାୟକ ଭାସ୍କର ମଢେଇଙ୍କ ସମେତ ବହୁ ରାଜନେତା ଏବଂ ପ୍ରଶାସନିକ ଅଧିକାରୀ ମାନେ ଏଥିରେ ଯୋଗ ଦେଇଥିଲେ।