ପାରାଦୀପ: ଜିରୋପଏଣ୍ଟ ଠାରେ ପାରାଦୀପ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ନିଜ ନିଜର ଦଳ ପରିତ୍ୟାଗ କରି ବିଜେପିରେ ସାମିଲ୍ ହେଲେ ଶତାଧିକ ଲୋକେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ଓ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଆଜି ଜିରୋପଏଣ୍ଟ ଠାରେ ଥିବା ପାରାଦୀପ ବିଜେପି ଦଳ କାର୍ଯ୍ୟାଳୟରେ ପାରାଦୀପ ନିର୍ବାଚନମଣ୍ଡଳୀର ଶତାଧିକ ଲୋକ ବିଜେପିରେ ସାମିଲ୍ ହୋଇଥିଲେ। ଏହି ସାମିଲ୍ କାର୍ଯ୍ୟକ୍ରମରେ ଜଗସିଂହପୁର ଜିଲ୍ଲା ସାଂସଦ ପ୍ରାର୍ଥି ବିଭୂପ୍ରସାଦ ତରାଇ ଓ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମ୍ପଦ ସ୍ବାଇଁ ଉପସ୍ଥିତ ଥିଲେ।