ବଲାଙ୍ଗୀର: ଉପରଝର ନିକଟରେ ଏକ ସଡ଼କ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର
ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଜଣେ ପଥଚାରୀ ଙ୍କୁ ଏକ ବାଇକ ଦୃତ ଗତିରେ ଆଦି ଧକ୍କା ଦେବା ଫଳରେ ପଥଚାରୀଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜନ ନିକଟସ୍ଥ ଫଟା ମୁଣ୍ଡା ଗ୍ରାମର ବୋଲି କୁହାଯାଉଛି । ପ୍ରକାଶ ଯେ ଆଜି ରାତି ୭ ଟା ସମୟରେ ବ୍ୟକ୍ତି ଜଣକ କୌଣସି କାମରେ ଉପରଝର ଛକ ନିକଟକୁ ଆସିଥିଲେ । ଏହି ସମୟରେ ତୁଷୁରା ପଟୁ ଦୃତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହେବା ସହିତ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବାଇକ ଚାଳକ ମଧ୍ୟ ଗୁରୁତର