ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ସାପ୍ତାହିକ ବଜାର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମାନଙ୍କର ପରିଚୟ ପତ୍ର ବଣ୍ଟନ ଖଣ୍ଡହତା ର ସାପ୍ତାହିକ ବଜାର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମାନଙ୍କର ପରିଚୟ ପତ୍ର ବଣ୍ଟନ ତଥା ସାଇବର୍ କ୍ରାଇମ୍ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବୈଠକ ରେ ସଭାପତିତ୍ଵ କରିିଥିଲେ ଉପସଭାପତି କେଶବ ପଧାନ, ମୁଖ୍ୟ ବକ୍ତା ଭାବରେ ଶ୍ରୀ କୃଷ୍ଣଚନ୍ଦ୍ର ପାଢୀ, ସମ୍ମାନୀତ ଅତିଥି ଭାବରେ ଡ଼ ପ୍ରଫୁଲ୍ଲ କୁମାର ରଥ ଓ ଦୟାନିଧି ହୋତା,ମୁଖ୍ୟ ଅତିଥି ଭାବରେ ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକ୍ଷକ ହେମନ୍ତ ରାଓ ଯୋଗ ଦେଇଥିଲେ ।