ବିଶ୍ଵ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ସୋନପୁର ଜିଲ୍ଲା ତରଫରୁ ଜିଲ୍ଲାରୁ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ କରି ବାହାର କରିବା ପାଈଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ସଭାପତି ଗଣପତି ପାଢ଼ୀ, ସମ୍ପାଦକ ନୀଳାମ୍ବର ହୋତା, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଅଂଶୁମାନ ପଣ୍ଡା ,ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ସୁବ୍ରତ କୁମାର ବାରିକ, ଜିଲ୍ଲା ଧର୍ମ ପ୍ରସାର ପ୍ରମୁଖ ମିତ୍ରଭାନୁ ମେହେର ,ବଜରଙ୍ଗ ଦଳ ସୋନପୁର ନଗର ସଂଯୋଜକ ଉପସ୍ଥିତ ଥିଲେ।