ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବ୍ୟଧ ଚଳନ ସଚେତନତା କାର୍ଯ୍ୟକ୍ରମ
ଆଜି ସକାଳ ୧୦ ଟା ସମୟରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବ୍ୟଧ ଚଳନ ଦିବସ ରେ ବଲାଙ୍ଗିର ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ପୂଜ୍ୟପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଦସ୍ୟଗଣ ଓ ପିପୁଲସ ଫୋରୋମ ଦ୍ବାରା ପରିଚାଳିତ ବଲାଙ୍ଗିର ନିଶା ନିବାରଣ କେନ୍ଦ୍ରର ପରିଚାଳକ ଓ ଅନ୍ତେବାସି ମାନେ ଅଂଶଗ୍ରହଣ କରିଥିଲେ । ପଦଯାତ୍ରା ସମୟରେ ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରସାରଣ କରାଯାଇଥିଲା । ପଦଯାତ୍ରା ଶେଷରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍