କବିସୂର୍ଯ୍ୟନଗର: କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ କୋଦଳା ଶ୍ରୀ ଶ୍ରୀ ଦଣ୍ଡେଶ୍ୱରଙ୍କ ପିଠରେ ବେଗୁନିଆପଡା ବ୍ଲକ ସଂଘ ସଭାପତି ଗୋପୀନାଥ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଦଳା ପେଟ୍ରୋଲ ପମ୍ପ ନିକଟରୁ ଏକ ରାଲିରେ ମନ୍ଦିର ନିକଟକୁ ଯାଇଥିଲେ । ଏଥିରେ ରାଜ୍ୟ ଡ୍ରାଇଭର ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି, ରାଜ୍ୟ କୋଷାଧକ୍ଷ ଆଦିତ୍ୟ ପ୍ରସାଦ ବେହେରା, ରାଜ୍ୟ ସମ୍ପାଦକ ଚୈତନ୍ୟ ପ୍ରଧାନ, ରାଜ୍ୟ ସହ ସମ୍ପାଦକ ଚିତ୍ର ସେନ ବେହେରା, ଢେଙ୍କାନାଳ ଜିଲ୍ଲା କମିଟି ସଦସ୍ୟ ଦୀପକ ରାଉତ ଗଞ୍ଜାମ ଜିଲ୍ଲା ସଭାପତି ସୁରେନ୍ଦ୍ର କୁମାର ବଣ, ଯୋଗଦେଇ ସଂଘ କୁ ମଜଭୂତ କରିବା ପାଇଁ କହିଥିଲେ ।