ଆଜି ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜରେ ଚାଲିଥିବା ଗୋଲ୍ଡେନ ଯୁବିଲି ସେଲିବ୍ରେସନ ଅବସରରେ ଏକ ବିଶେଷ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରର ଶୁଭ ଉଦଘାଟନ ମାନ୍ୟବର ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓଙ୍କ ଦ୍ୱାରା କରାଯାଇଛି। ଏହି ଅବସରରେ ମାଗଣା ଆୟୁର୍ବେଦିକ ପରୀକ୍ଷା, ଔଷଧ ବିତରଣ ସହ ସ୍ୱାସ୍ଥ୍ୟ ପରାମର୍ଶ ସେବା ଦିଆଯାଉଛି। ସ୍ୱାସ୍ଥ୍ୟ ଶିବିରକୁ ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଭଲ ସାରା ପ୍ରତିକ୍ରିୟା ଦେଖିବାକୁ ମିଳୁଛି।