ସୋମବାର ସଂଧ୍ୟା ପ୍ରାୟ ୭ ଟାରେ ମୟୂରଭଞ୍ଜ ଜିଲ୍ଳା ଉଦଳା ଥାନା ଅନ୍ତର୍ଗତ ପାଟପୁର ନିକଟରେ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଘଟଣା ସ୍ଥଳରେ ବୃଦ୍ଧ ଜଣଙ୍କ ର ମୃତ୍ୟୁ ହୋଇଛି। ଗୁରୁତର ଯୁବକଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ ବାରିପଦା ଚିକିତ୍ସା ପାଇଁ ସ୍ଥାନତର କରାଯାଇଛି। ତେବେ ମୃତ ବୃଦ୍ଧ ଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ।