ଗଞ୍ଜାମ ଜିଲ୍ଲା ବଡ ଖଇରଖମା ପଂଚାୟତର ଦ୍ୱାରଶୁଣି ଠାରେ ଶୁକ୍ରବାର ଦିନ ବିଜେପି ର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ବିରୋଧକୁ ଚିନ୍ତା ନ କରି ବିକାଶକୁ ଗୁରୁତ୍ୱ ଦେବା, ଜନ ସାଧାରଣଙ୍କ ବିଶ୍ୱାସ ଭାଜନ ହେବା , ବ୍ୟକ୍ତିଗତ ସ୍ୱାର୍ଥ କୁ ଗୁରୁତ୍ୱ ନ ଦେଇ ସମୂହ ସ୍ୱାର୍ଥ କୁ ଗୁରୁତ୍ୱ ଦେବା , ତୃଣମୂଳ ସ୍ତରରେ ସଂଗଠନକୁ ମଜଭୂତ କରିବା ସହ ସରକାରଙ୍କ ଜନହିତକର ଯୋଜନା ଗୁଡିକ ବିଷୟରେ ଜନ ସାଧାରଣଙ୍କୁ ସଚେତନ କରାଇବା ଆଦି କହିଥିଲେ ବିଧାୟକ ।