ଲୋଇସିଂହା: ଲୋଇସିଂହା ଷ୍ଟାଡିୟମରେ ସମ୍ବଲପୁରର ବିଜୟ ଉତ୍ସବ ବୌଦ୍ଧ ହେଲା ରନର୍ସ
ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ଲୋଇସିଂହା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲରେ ବୌଦ୍ଧ ଓ ସମ୍ବଲପୁର ମୁଖାମୁଖି ହୋଇଥିଲେ । ରୋମାଞ୍ଚକ ମୁକାବିଲାରେ ବୌଦ୍ଧକୁ ପରାଜିତ କରି ସମ୍ବଲପୁର ଏକାଦଶ ଚମ୍ପିୟାନ ହୋଇଛି । ମ୍ୟାଚ ପରିଚାଳନା କମିଶନର ସୁଦୟ ବାରିକଙ୍କ ନେତୃତ୍ୱରେ କରୁଣାକର ପଧାନ, ସଞ୍ଜୀବ ସାହୁ, ସୁରେଶ ନାଏକ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ସମ୍ବଲପୁର ଦଳର ପିଣ୍ଟୁ ଓରାମ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଓ ବିବେକ ଓରାମ ପ୍ଲେୟାର ଅଫ୍ ଦି ମ୍ୟାଚ ହୋଇଛନ୍ତି ।