“ଆଜି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଗ୍ରାମର ପିଏମଶ୍ରୀ ନେତ୍ରଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟର ୭୫ ବର୍ଷ ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗଦେଇ ମୁଁ ବହୁତ ଆନନ୍ଦିତ। ଏହି ବିଦ୍ୟାଳୟ ଦୀର୍ଘ ବର୍ଷ ଧରି ଅନେକ ମେଧାବୀ ଛାତ୍ରଛାତ୍ରୀ ଗଢ଼ି ତୁଳିଛି। ଶିକ୍ଷକମାନଙ୍କର ନିଷ୍ଠା ଓ ପୂର୍ବତନ ଛାତ୍ରଛାତ୍ରୀଙ୍କ ଅବଦାନ ପ୍ରଶଂସନୀୟ। ଆଗାମୀ ଦିନରେ ବିଦ୍ୟାଳୟଟି ଆହୁରି ଉନ୍ନତି କରୁ ଏହି କାମନା କରୁଛି। ବୋଲି ସେ କହିଛନ୍ତି