ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅଧୀନଝାରପୋଖରିଆ ଠାରୁ ସାରସକଣା ରାସ୍ତା ଅତି ଶୋଚନୀୟ ହେଇ ପଡ଼ିଛି।ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି।ଏହି ରାସ୍ତା କୁ ସମ୍ପୂର୍ଣ୍ଣ ନୂତନ ରାସ୍ତା ନିର୍ମାଣ ପାଇଁ ଦାବି ହେଉଥିବା ବେଳେ ଆଜି ଏହି ରାସ୍ତା କୁ ଅସ୍ଥାୟୀ ମରାମତି କରାଯାଉଥିବା ବେଳେ,ଆଜି ଦିବା ୧୨ ଘଟିକା ସମୟରେ ଗ୍ରାମବାସୀ ବିରୋଧ କରିଥିଲେ।ଘଟଣା ସ୍ଥଳରେ ବିଡିଓ ଓ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝା ଶୁଝା କରିଥିଲେ।