ବିଶୋଇ: ବାଙ୍କି ଗାଁ ରାଜପଥ କଡ଼ରେ ଆଜି ଏକ ଯୁବକର ଝୁଲନ୍ତା ମୃତ ଦେହ ଠାବ,ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ ସ୍ଥିତ ବାଙ୍କି ଗାଁର ୫୦ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଏକ IAY ଘର ଚାଳିଆ ରୁ ଆଜି ସକାଳ ୬ ଟା ସମୟରେ ଏକ ଯୁବକ ର ଝୁଲନ୍ତା ମୃତ ଦେହ ଠାବ କରିଛନ୍ତି ଗାଁ ଲୋକେ।ସୂଚନା ମୁତାବକ ଯୁବକ ଜଣକ ହେଲେ ବିଜାତଳା ବ୍ଲକ ସ୍ଥିତ ବିଜାତଳା ଗ୍ରାମର ଶତ୍ରୁଘନ ବେହେରା (୬୨) ଙ୍କ ସାନ ପୁଅ ବିଶ୍ଵନାଥ ବେହେରା (୨୮) ବୋଲି ଜଣାପଡିଛି। ବିଶ୍ଵନାଥ ବେହେରା ସୋମବାର ଭୋଳବେଡା ଗ୍ରାମରେ ନିଜ ଭେଣେଇ ଘରକୁ ଆସିଥିଲା, ତେବେ ରାତିରେ ଖାଇପିଇ ଘରୁ କୁଆଡେ଼ ପଳାଇ ଯାଇଥିଲା।