ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଘୋଡାପଡା ଗ୍ରାମର କାର୍ଜି ସାହି ରାଧା କୃଷ୍ଣ ମନ୍ଦିର ପରିସରରେ ରାଧାକୃଷ୍ଣ ପାଣି ପଂଚାୟତ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅପୀକରା ଅଧିକାରୀ, କୃଷି ଅଧି ଦର୍ଶକ ତପନ କୁମାର ପଟ୍ଟନାୟକ, କୃଷକ ସାଥୀ ତ୍ରିନାଥ ମହାରଣା, ତାଳଘାଇ ରୁ ପାଣି ମାଡୁଥିବା ଚାଷୀ ଭାଇ ଭଉଣୀ ମାନେ ଉପସ୍ଥିତ ରହିଥିଲେ। ଆଗାମୀ ରବି ଫସଲର କିପରି ସୁପରୀଚାଳନା କରି ଚାଷୀ ମାନେ ଉପକୃତ ହେବେ ସେ ବିଷୟରେ ଆଲୋଚନା ହୋଇଥିଲା । ଏଥିସହ ଆଗାମୀ ଦିନରେ ମିଳିବାକୁ ଥିବା ଚାଷ ଉପକରଣ ଯଥା ଟ୍ରାକ୍ଟର, ପାୱାର ଟୀଲର, ଧାନ ମିଲ, ଧାନ କଟା ମେସିନ ର ବ୍ୟବହାର ଉପରେ ଆଲୋଚନା ହୋଇଥିଲା।