ବଲାଙ୍ଗୀର: ଖୁଜେନପାଲି ରେଲୱେ ଟ୍ରାକରେ ମୁଣ୍ଡବିହୀନ ଅଜଣା ବ୍ୟକ୍ତିଙ୍କ ସବ ଉଦ୍ଧାର
ଖୁଜେନପାଲି ରେଲୱେ ଟ୍ରାକରେ ମୁଣ୍ଡବିହୀନ ଅଜଣା ବ୍ୟକ୍ତିଙ୍କ ସବ ଉଦ୍ଧାର ବଲାଙ୍ଗିର, ଖୁଜେନପାଲି ନିକଟସ୍ଥ ରେଲୱେ ଟ୍ରାକ ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ସବ ଉଦ୍ଧାର ହେବା ଘଟଣାକୁ ନେଇ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି। ଘଟଣାଟି ହତ୍ୟା ନା ଆତ୍ମହତ୍ୟା—ଏନେଇ ସ୍ପଷ୍ଟତା ମିଳିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସବକୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଇଛି। ତେବେ ଆଜି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୃତକଙ୍କ ମୁଣ୍ଡ ମିଳିନଥିବା ପୋଲିସ ସୂଚନା ଦେଇଛି।