ଆଜି ଶନିବାର ୪ଟା ସମୟ ପାଖା ପାଖି ରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଗୁଠୁର୍ଲା ଛକ ଆଗରେ ଗୋଟିଏ ବାଇକ କୁ ଧକ୍କା ଦେଇଥିଲା ପିକଅପ, ବାଇକ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସୂଚନା ଯୋଗ୍ୟ ବାଇକ ଚାଳକ ଖଇରପାଳି ରୁ ପଦ୍ମପୁର ପଟକୁ ଯାଉଥିବା ବେଳେ ପଦ୍ମପୁର ଆଡୁ ଆସୁଥିବା ପିକଅପ ଗୁଠୁର୍ଲା ଛକ ଆଗରେ ଭାରସାମ୍ୟ ହରାଇ ବାଇକ କୁ ଧକ୍କା ଦେଇଥିଲା। ଯ ଦ୍ୱାରା ବାଇକ ଆରୋହି ଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।ଘଟଣା ଷ୍ଟଲରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।