କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚତୁଦ୍ଧାମୂର୍ତ୍ତି ଶନିବାର ଦିନ ଅପରାହ୍ନ ପାଞ୍ଚଟା ସମୟରେ ରତ୍ନବେଦିକୁ ବାହୁଡ଼ିଥିଲେ। କୋଟପାଡ଼ ସଦର ମହକୁମା ଠାରେ ବହୁ ଆଡମ୍ବର ବାହୁଡ଼ାଯାତ୍ରା ପାଳିତ ହୋଇଯାଇଛି l ସେହିପରି ବରିଗୁମ୍ମା, କୁନ୍ଦୁରା, ବୈପାରୀଗୁଡା, ବାଗଦିରି ଠାରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କର ସମସ୍ତ ନୀତିକାନ୍ତି ଓ ଉପଚାର ପୂଜା ପରେ ଅପରାହ୍ଣରେ ଜୀଉ ମାନଙ୍କୁ ପହଣ୍ଡି କରିି ରଥାରୁଢ଼ କରାଯିବା ପରେ ଶ୍ରଦ୍ଧାଳୁମାନେ ଉତ୍ସାହର ସହିତ ରଥଟାଣି ମନ୍ଦିରକୁ ନେଇଥିଲେ l