ବଲାଙ୍ଗୀର: ଟକର୍ଲା ଗ୍ରାମରେ ବିଷ ପାନ କରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପାରିବାରିକ କଳହର କରୁଣ କାହାଣୀ ପରିବାର ପକ୍ଷରୁ ନେତ୍ରଦାନ
ଟକର୍ଲା ଗ୍ରାମରେ ବିଷ ପାନ କରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, ପାରିବାରିକ କଳହ ର କରୁଣ କାହାଣୀ ପରିବାର ପକ୍ଷରୁ ନେତ୍ରଦାନ ଟକର୍ଲା ଗ୍ରାମର ବ୍ୟକ୍ତି ବିକାସ ଶାହୁ ବିଷ ପାନ କରି ମୃତ୍ୟୁବରଣ କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ମୃତ୍ୟୁ ପରେ ପରିବାର ପକ୍ଷରୁ ନେତ୍ରଦାନ କରାଯାଇ ଦୁଃଖ ମଧ୍ୟରେ ମାନବିକତାର ପରିଚୟ ଦିଆଯାଇଛି। ପରିବାର ସୂଚନା ଅନୁସାରେ, ଦୀର୍ଘଦିନ ଧରି ସ୍ୱାମୀ–ସ୍ତ୍ରୀ ମଧ୍ୟରେ ମନୋମାଲିନ୍ୟ ଚାଲିଥିଲା। ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀ ସହ ଫୋନ୍ରେ କଥାକାଟାକାଟି ପରେ ବିକାସ ବିଷ ପାନ କରିଥିବା କୁହାଯାଉଛି।