“ମାଆ ପାଟଣେଶ୍ୱରୀ ଆମ ଅଞ୍ଚଳର ଆସ୍ଥାର କେନ୍ଦ୍ର। ୧୫୦ ବର୍ଷ ଧରି ଏହି ପୀଠ ଧର୍ମ, ସଂସ୍କୃତି ଓ ସାମାଜିକ ସମନ୍ୱୟର ପଥ ଦେଖାଇଆସୁଛି। ଏହା କେବଳ ଏକ ମନ୍ଦିର ନୁହେଁ, ଆମ ଇତିହାସ ଓ ପରମ୍ପରାର ଗର୍ବ। ଏପରି ପବିତ୍ର ଧାରୋହରର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ସରକାର ସଦା ପ୍ରତିବଦ୍ଧ। ମାଆଙ୍କ ଆଶୀର୍ବାଦରେ ରାଜ୍ୟ ଓ ଦେଶ ଆଗକୁ ବଢ଼ୁ।”