ପୁରୀ ମ୍ୟୁନିସିପାଲଟି: ହାଡଗୋଡ଼ିଆ ସାହି ମହାବୀର ମନ୍ଦିର ନିକଟରେ ଆକ୍ରମଣ ଅଭିଯୋଗ, ଟାଉନ ଥାନାରେ 3ଅଟକ
Puri M, Puri | Jun 5, 2025 ହାଡଗୋଡ଼ିଆ ସାହି ମହାବୀର ମନ୍ଦିର ନିକଟରେ ଆକ୍ରମଣ ଅଭିଯୋଗ, ଟାଉନ ଥାନାରେ 3ଅଟକ l ଅଟକ ମାନେ ହେଲେ ବାସେଳୀସାହି ଥାନା ଅନ୍ତର୍ଗତ ଗୋଖାସାହିର l ସମସ୍ତେ ବ୍ୟାଟେରୀ ଅଟୋ ଡ୍ରାଇଭର l ଥାନାରେ ଅଭିଯୋଗ କରିଥିଲେ ଦଣ୍ଡିମାଳ ସାହିର ରାଜେନ୍ଦ୍ର ପ୍ରସାଦ ସିଂହ 36 l ରାଜେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ ଯେ ସେ ତାଙ୍କର ସ୍କୁଟି ଯୋଗେ ଘରକୁ ଫେରୁଥିଲେ l ଗୋଖାସାହିର ପତିତ ବେହେରା ବ୍ୟାଟେରୀ ଅଟୋ ଆଣି ସ୍କୁଟିରେ ଧକ୍କା ଦେଇଥିଲା l ରାଜେନ୍ଦ୍ର ପ୍ରତିବାଦ କରିବାରୁ ପତିତ ଓ ତାର ଅନ୍ୟ ଦୁଇଜଣ ବ୍ୟାଟେରୀ ଅଟୋ ଡ୍ରାଇଭର ସମୁ ବେହେରା, ସୋମୁ ବେହେରା ସମସ୍ତେ ମିଶି ଆକ୍ରମଣ କରିଥିଲେ l