ଶନିବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବର ଉଦଜାପନୀ ଉତ୍ସବ କୋଦଳା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମରେ ଆସିକା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶିନୀ ପଟ୍ଟନାୟକ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ମହୋତ୍ସବ ଗତ ମଙ୍ଗଳବାର ଦିନ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଉଦଘାଟନ କରିଥିଲେ ।ବେଗୁନିଆପଡା ସ୍ଥିତ ବାପୁଜୀ ଷ୍ଟାଡିୟମରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦଜାପନୀ କାର୍ଯ୍ୟକ୍ରମ ରେ ସାଂସଦଙ୍କ ସହ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ସ୍ୱାଇଁ ଉପସ୍ଥିତ ଥିଲେ ।