ବିଶୋଇ: ମଙ୍ଗଳବାର ରାତିରେ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର କୁ, ରୁଗୁଡି ସାହିରେ ଜବତ୍ କରିଛି ଝାରପୋଖରିଆ ପୋଲିସ୍
ମଙ୍ଗଳବାର ରାତିରେ ଏକ ଟ୍ରାକ୍ଟର ରେ ବେଆଇନ ବାଲି ବୋଝେଇ କରି ଯାଉଥିବା ସମୟରେ ଝାରପୋଖରିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ, ପୋଲିସ ଟିମ୍ ଝାରପୋଖରିଆ ଥାନା ଅନ୍ତର୍ଗତ ରୁଗୁଡି ସାହି ଠାରେ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର କୁ ଜବତ୍ କରିଛି , ତେବେ ଏଥିରେ ସମ୍ପୃକ୍ତ କୌଣସି ଅଭିଯୁକ୍ତ କୁ ଗିରଫ କରି ପାରି ନାହିଁ ପୋଲିସ। ଉକ୍ତ ଘଟଣା ସମ୍ପର୍କରେ ଆଜି ବୁଧବାର ସକାଳ ସାଢେ଼ ସାତଟା ସମୟରେ ଝାରପୋଖରିଆ ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଉକ୍ତ ଘଟଣାକୁ ନେଇ ଆଜି ଝାରପୋଖରିଆ ଥାନା ରେ କେଶ୍ ନମ୍ବର ୧୫୭/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି।