ରାଜ୍ୟ ସରକାରଙ୍କ ‘ମିଶନ ବାତ୍ସଲ୍ୟ’ ଅଭିଯାନ ଅଧୀନରେ ଝାରସୁଗୁଡ଼ା ଜିଲ୍ଲାରେ ଶିଶୁ ସୁରକ୍ଷା ଓ ଥଇଥାନ କ୍ଷେତ୍ରରେ ଏକ ପ୍ରଶଂସନୀୟ ପଦକ୍ଷେପ ଦେଖିବାକୁ ମିଳିଛି।ତେବେ ଆଜି ଦିନ ବାରଟା ସମୟରେ ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ତିନିଜଣ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚୂଡ଼ାନ୍ତ ପୋଷ୍ୟ ସନ୍ତାନ ଗ୍ରହଣ ଆଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଆବେଦନ କରିଥିବା ପରିବାର ମାନଙ୍କର ସମସ୍ତ ଯୋଗ୍ୟତା ଓ ପୃଷ୍ଠଭୂମି ଯାଞ୍ଚ ପରେ ଭୁବନେଶ୍ୱର, ପଶ୍ଚିମବଙ୍ଗ ଏବଂ କେରଳରୁ ଆସିଥିବା ତିନୋଟି ଦମ୍ପତିଙ୍କୁ ଏହି ଶିଶୁମାନଙ୍କୁ ବିଧିବଦ୍ଧ ଭାବେ ଆଜି