ବୁଧବାର ହେଉଛି ଦିବ୍ୟାଙ୍ଗମାନଙ୍କ ପାଇଁ ଦିନଟିଏ । ଏହି ଦିନ ସାରା ବିଶ୍ୱରେ ପାଳନ ହେଉଛି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦୀବସ । ସମଗ୍ର ଶିକ୍ଷା ଅଭିଯାନ ନିର୍ଦେଶ କ୍ରମେ ବେଗୁନିଆପଡା ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଦିବସ ବେଗୁନିଆପଡା ସ୍ଥିତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ, ଏ ଵି ଇ ଓ ଜ୍ୟୋତ୍ରୀମାୟୀ ନନ୍ଦ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଗା ପ୍ରସାଦ ପଣ୍ଡା, ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୀନ କେତନ ମହାରଣା, ଵି ଆର ଟି ପ୍ରଶାନ୍ତ କୁମାର ପ୍ରଧାନ ଯୋଗଦେଇ ଥିଲେ ।