ପାରାଦୀପ: ଆଗାମୀ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା କରିବାପାଇଁ କୁଜଙ୍ଗରେ କୁଜଙ୍ଗ ପୋଲିସ ପକ୍ଷରୁ ପ୍ଲାଗ ମାର୍ଚ୍ଚ ଅନୁଷ୍ଠିତ।
ପ୍ରଥମେ ଜଗନ୍ନାଥ ପୁର ଗଡାନିକଟରୁ ବାହାରି ଜଗନ୍ନାଥ ପୁର ଗ୍ରାମ, କୁଜଙ୍ଗ ବଜାର, ବଳରାମପୁର,ଗଣ୍ଡିକ ପୁର ପଞ୍ଚାୟତର ମାଳ ହୁଙ୍କା ବଜାରରେ ପ୍ଲାଗ ମାର୍ଚ୍ଚ କରାଯାଇଥିଲା। ତିର୍ତ୍ତୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଚିନ୍ମୟ କୁମାର ରାଉତ ଓ କୁଜଙ୍ଗ ଥାନାଧିକାରୀ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ବରେ ଏହି ପ୍ଲାଗ ମାର୍ଚ୍ଚ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜନସାଧାରଣ ମାନେ କିପରି ନିର୍ବାଚନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବେ ସେ ବିଷୟରେ ସଚେତନତା କରାଯାଇଥିଲା।ଆଇନ ଶୃଂଖଳା ପରିସ୍ଥିତି ପାଇଁ ସବୁବେଳେ ସବୁସମୟରେ ଜନସାଧାରଣଙ୍କ ପାଇଁ ପୋଲିସ ଅଛି।