ବର୍ତମାନ ଓମସା (OMSA) ତାର ନ୍ୟାଜ୍ୟ ଦାବି ପୂରଣ ପାଇଁ କଳା ପୋଷାକ ପରିଧାନ କରି ଆନ୍ଦୋଳନ ରତ ଅଛି । ଗତ ୨୦୨୪ ମସିହା ସେପ୍ଟେମ୍ବର ମାସ ୧୮ ତାରିଖରେ ବାଲେଶ୍ବର ଠାରେ ହୋଇଥିବା କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ସଂଘର ନ୍ୟାର୍ଜ୍ୟ ଦାବି ଗୁଡିକୁ ସହୃଦୟତା ସହିତ ପୂରଣ କରିବାକୁ ପାଖା ପାଖୂ ୧୨୦୦ ଡାକ୍ତରଙ୍କ ସମୁଖରେ ପ୍ରତିଶୃତି ଦେଇଥିଲେ ।ମାତ୍ର ଏକବର୍ଷ ମଧ୍ୟରେ ସ୍ଵାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ୫ ଥରରୁ ଅଧିକ ଆଲୋଚନା ହୋଇଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିପାରି ନାହିଁ କିମ୍ବା କୌଣସି ଲିଖିତ ପ୍ରତିଶ୍ରୁତି ମିଳିଲା ନାହିଁ ।